ପ୍ରଚଣ୍ଡ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଆଜି ବୈତରଣୀ ଓ ଜଳକା ନଦୀ ବିପଦ ସଂକେତ ଅତିକ୍ରମ କରିଛି । ଭଦ୍ରକରେ ବୈତରଣୀ ବିପଦ ସଂକେତ ଅତିକ୍ରମ କରିଥିବା ଯୋଗୁ ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଧାମନଗରରେ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ସେହିପରି ମଥାନି ନିକଟରେ ଜଳକା ବିପଦ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଂକେତ ସ୍ତ 5.50 ମିଟର ଥିବା ବେଳେ ଜଳସ୍ତର 6.08 ମିଟର ରହିଛି ।

LEAVE A REPLY

Please enter your comment!
Please enter your name here