ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି । ବିଶେଷକରି ପଶ୍ଚିମ ଓଡିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଏଭଳି ପୂର୍ବାନୁମାନ କରିଛି । ୧୬ ଏବଂ ୧୭ ଦୁଇ ଦିନ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖରେ ପଶ୍ଚିମ ଓଡିଶାର ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୭ ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ନୟାଗଡ, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜି ବି ଅସହ୍ୟ ଗରମ ଅନୁଭବ ହୋଇଥିଲା । ଆଜି ଦିନ ସାଢେ ଦୁଇଟା ବେଳେ ଭୁବନେଶ୍ୱରର ତାପମାତ୍ରା ରହିଥିଲା ୩୬ ଡିଗ୍ରୀ ଉପରେ ।