ଜବତ ହେଲା ପୁଳା ପୁଳା ଟଙ୍କା । ଯେତେ ଗଣିଲେ ବି ସରିଲାନି । ସକାଳୁ ଆରମ୍ଭ ହୋଇଥିଲାଯେ, ଅପରାହ୍ନ ଯାଏଁ ଟଙ୍କାଗଣା ଚାଲିଥିଲା । ଯାହାଙ୍କ ଘରୁ ଭିଜିଲାନ୍ସ ଏତେ ଟଙ୍କା ଜବତ କଲା, ସେ ବାବୁ ହେଉଛନ୍ତି ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ସକାଳେ ଭିଜିଲାନ୍ସ ବିରଞ୍ଚି ସାହୁଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ଚଢାଉ କରିଥିଲା । ବିରଞ୍ଚିଙ୍କ ଶଳା ଏବଂ ଅନ୍ୟ ସଂପର୍କୀୟଙ୍କ ଘରେ ମଧ୍ୟ ଏକକାଳୀନ 6ଟି ସ୍ଥାନରେ ଟିମ୍ ଚଢାଉ କରିଥିଲା । ବିରଞ୍ଚିଙ୍କ ଶଳାଙ୍କ ଘରୁ ଭିଜିଲାନ୍ସ 13 ଲକ୍ଷ ଟଙ୍କା ଜବତ କରିଥିବା ବେଳେ ବିରଞ୍ଚିଙ୍କ ଘରୁ 12 ଲକ୍ଷ ଟଙ୍କା ଜବତ କରିଛି । କେବଳ ନଗଦ ଟଙ୍କା ନୁହେଁ, 9ଟି ସ୍ଥାନରେ ପ୍ଲଟ ଓ ଏକାଧିକ ବିଲ୍ଡିଂ ମଧ୍ୟ ଠାବ କରିଛି ଭିଜିଲାନ୍ସ । ତେବେ କେଉଁଭଳି ଉପାୟରେ ବିରଞ୍ଚି ସାହୁ ଏତେ ଟଙ୍କା ରୋଜଗାର କଲେ, ତାର ଖୋଳତାଡ କରୁଛନ୍ତି ତଦନ୍ତକାରୀ ଟିମ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ଥିବା ବିରଞ୍ଚି ଚାକିରୀ କରାଇ ଦେବା ନାଁରେ ପିଲାଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here