ବାହାନଗା ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ଦୁଇଟି ଏକ୍ସପ୍ରେସ ମଧ୍ୟରେ ଧକ୍କା ହେବା ଏବଂ 261 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ନେଇ ସାରା ବିଶ୍ବ ଦୁଃଖ ପ୍ରକାଶ କରିଛି । କାଲି ରାତି ତମାମ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥି ଅନୁଧ୍ୟାନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାହାନଗାରେ ପହଞ୍ଚି ସ୍ଥିତି ପରଖିଛନ୍ତି । ସେହିପରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ମବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ସମୀକ୍ଷା କରିଛନ୍ତି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଦେଶରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣା ଇତିହାସରେ ବାହାନଗା ଟ୍ରେନ ଦୁର୍ଘଟଣା ଆଉ ଏକ ଫର୍ଦ୍ଦ ଯୋଡି ଦେଇଛି ।

LEAVE A REPLY

Please enter your comment!
Please enter your name here