୫ ବର୍ଷର ଶିଶୁକୁ ଦୁଷ୍କର୍ମ । ଆଉ ଅଭିଯୁକ୍ତ ଦଣ୍ଡ ଦିଆଗଲା ୫ ଥର ଉଠବସ୍ । କଅଁଳ ଶିଶୁ ପ୍ରତି କରାଯାଇଥିବା ଜଘନ୍ୟ ଅପରାଧର ଦଣ୍ଡ ମାତ୍ର ଏମିତି ଘୋଷଣା କରାଯାଇଥିଲା । ବିହାରର ନବଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପଞ୍ଚାୟତ ବୈଠକରେ ଦୁଷ୍କର୍ମକାରୀକୁ ଏତେ ହାଲକା ଦଣ୍ଡ ଦେଇ ମାମଲାକୁ ରଫାଦଫା କରିଦିଆଯାଇଛି । ମାତ୍ର ୫ ଥର ଉଠବସ କରାଯାଇ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛି ପଞ୍ଚାୟତ ବୈଠକ । ଅଭିଯୁକ୍ତର ନା ଅରୁଣ ପଣ୍ଡିତ । ଗତ ୨୧ ନଭେମ୍ବରରେ ନିଜ କୁକୁଡା ଫାର୍ମରେ ୫ ବର୍ଷର ଶିଶୁକୁ ନେଇ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ଜଣାପଡିବା ପରେ ଥାନାରେ ଅଭିଯୋଗ କରିବାକୁ ବାହାରିଥିଲେ ପୀଡିତାର ପରିବାର ଲୋକେ । ହେଲେ ଗାଁର ପୂର୍ବତନ ମୁଖିଆ ପଞ୍ଚାୟତରେ ଅଭିଯୁକ୍ତକୁ ସାମାନ୍ୟ ଦଣ୍ଡ ଦେଇ ମାମଲାକୁ ରଫା ଦଫା କରିବାକୁ କହିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଭିଡିଓ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here