ଓଡ଼ିଶାକୁ ପୂର୍ବ-ଏସିଆ ଦକ୍ଷିଣ ଏସିଆର ଦ୍ୱାର ଭାବେ ନିର୍ମାଣ କରାଯିବ ବୋଲି କହିଛନ୍ତି ମୋଦି। ଏଥିସହ ତାଙ୍କ ସରକାର ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସଂକଳ୍ପ ସହିତ ଦେଶର ପୂର୍ବାଞ୍ଚଳର ବିକାଶ ନେଇ ନିରନ୍ତର କାର୍ଯ୍ୟ କରୁଛି। ନୂଆ ଭାରତର ବିକାଶରେ ଓଡ଼ିଶା ଏକ ଇଞ୍ଜିନ୍‌ ଭଳି କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ କ୍ଷେତ୍ରରେ ଓଡିଶା କଣ ପାଇଁ ପଛରେ ପଡିଛି ବୋଲି ଆକ୍ଷେପ କରିବା ସହ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାବାସୀ ଦାଦନ ଖଟିବାକୁ କଣ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ? ସ୍ଵଚ୍ଛ ଭାରତ ଅଭିଯାନରେ ଓଡ଼ିଶା କଣ ପାଇଁ ପଛରେ ପଡ଼ିଛି ? ଓଡ଼ିଶାର ଶିଶୁମାନେ କୁପୋଷଣର ଶିକାର କାହିଁକି ହେଉଛନ୍ତି ? ଓଡ଼ିଶାର ଚାଷୀଙ୍କୁ କଣ ପାଇଁ ବୁନ୍ଦାଏ ପାଣି ପିଳୁନାହିଁ ? କାହିଁକି ଶିକ୍ଷକଙ୍କୁ ଦରମା ମିଳୁନାହିଁ ? ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାହିଁକି ଲାଗୁ ହେଉନାହିଁ ? ଭ୍ରଷ୍ଟାଚାର ଦାନବ ଓଡ଼ିଶାରେ ଶକ୍ତିଶାଳୀ ହୋଇ ପଡିଛି। କିଏ ଏହି ଦାନବକୁ ଦାନା ପାଣି ଦେଉଛି ? ଏମିତି ପ୍ରଶ୍ନ ବାଣ ମାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା ନାଇଜର ଷ୍ଟାଡ଼ିୟମରେ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟସ୍ଥ ଗୋଶାଳାରେ ଆୟୋଜିତ ଜନସମାବେଶରେ ପ୍ରଧାନମନ୍ତ୍ରୀ ଓଡ଼ିଆରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ , ଓଡ଼ିଶାରେ ଜନଆରୋଗ୍ୟ ଯୋଜନା କାହିଁକି ଲାଗୁ ହୋଇନାହିଁ । ଯାହାଦ୍ୱାରା ବାହାରେ ରହୁଥିବା ଓଡ଼ିଆ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେଉଛି। ଆୟୁଷ୍ମାନ ଯୋଜନା ଲାଗୁ ହେବା ପରଠୁ ସମଗ୍ର ଦେଶରେ ୬ ଲକ୍ଷ ରୋଗୀ ଉପକୃତ ହେଲେଣି । ଯଦି ଓଡ଼ିଶାରେ ଲାଗୁ ହୋଇଥାନ୍ତା ତେବେ ଓଡ଼ିଶା ବାହାରେ କାମ କରୁଥିବା ଲୋକମାନେ ବାହାରେ ଏହାର ଲାଭ ପାଇଥାନ୍ତେ । କିନ୍ତୁ ଦୁଃଖର କଥା ରାଜ୍ୟ ସରକାରଙ୍କ ଜିଦଖୋର ମନୋଭାବ ଓଡ଼ିଶାର ଜଣେ ହେଲେ ରୋଗୀ ଏହାର ଫାଇଦା ପାଇପାରୁନି। ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ଚେଷ୍ଟିତ । ଚାଷୀଙ୍କ ସର୍ବାଙ୍ଗିନ ଉନ୍ନତି ଓ ସେମାନଙ୍କ ଆୟ ଦୁଇ ଗୁଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ଏସବୁ ସତ୍ତ୍ୱେ ବି ଓଡ଼ିଶା ତାଷୀ ଆଜି ଅବହେଳିତ ଅବସ୍ଥାରେ ରହିଛି।

LEAVE A REPLY

Please enter your comment!
Please enter your name here