ଆଗକୁ ନିର୍ବାଚନ ଆସୁଛି. ଦଳକୁ ସୁଦୃଢ ଓ ସଶକ୍ତ କରିବା ପାଇଁ ଟଙ୍କା ଦରକାର. ସେଥିପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ ଓ ସାଂସଦଙ୍କୁ ନିଜର ଗୋଟିଏ ମାସର ଦରମା ପାର୍ଟି ଫଣ୍ଡକୁ ଦାନ କରିବା ପାଇଁ ନିବେଦନ କରିଛନ୍ତି. ଦଳକୁ ଶକ୍ତ କରି ଗଢିବା ଓ ସାମାଜିକ ପ୍ରତିଶ୍ରୁତିକୁ ସୁଚାରୁ ରୂପେ ସଂପନ୍ନ କରିବା ପାଇଁ ଦଳର ସମସ୍ତ ବିଧାୟକ ଓ ସାଂସଦ ସେମାନଙ୍କ ଗୋଟିଏ ମାସର ଦରମା ଦାନ କରିବା ଉଚିତ ବୋଲି ନବୀନ କହିଛନ୍ତି. www.bjdodisha.org.in/donation ୱେବସାଇଟ ମାଧ୍ୟମରେ ଦାନ କରିପାରିବେ ଏବଂ ଦାନ ପ୍ରାପ୍ତ କରିବାର କୌଣସି ସୀମା ମଧ୍ୟ ରହିବ ନାହିଁ ବୋଲି ସେ କହିଛନ୍ତି. ଆସନ୍ତା 26 ତାରିଖରେ ବିଜେଡି 21ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଦଳ ପାଇଁ ବିଧାୟକ ଓ ସାଂସଦଙ୍କୁ ଦାନ ଦେବା ପାଇଁ ପତ୍ର ମାଧ୍ୟମରେ ଜଣାଇଛନ୍ତି.

 

 

 

LEAVE A REPLY

Please enter your comment!
Please enter your name here