ଗୋଟିଏ ପଟେ ବଦନାମ ସ୍କୁଲରୁ ଟିସି ନେବା ପାଇଁ ଅଭିଭାବକଙ୍କ ଭିଡ । ଆଉ ଅନ୍ୟପଟେ ସ୍କୁଲକୁ ବଦନାମ କରାନଯିବାକୁ ଅପିଲ କରିଛନ୍ତି ଛାତ୍ର । ଯିଏ ଦୋଷ କଲା, ସିଏ ଦଣ୍ଡ ପାଉ । କିନ୍ତୁ ସ୍କୁଲକୁ ବଦନାମ କରା ନ ଯାଉ । ସ୍କୁଲରେ ସୁସ୍ଥ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଆଜି ଏମିତି ନିବେଦନ କରିଛନ୍ତି ଛାତ୍ର ଓ ଶିକ୍ଷକ ।ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରେ ଚର୍ଚ୍ଚାରେ ରହିଛି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ । ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁର କେଳେଙ୍କାରୀ ପରେ ବଦନାମ୍ ହୋଇଛି ସ୍କୁଲ । ଗୋବିନ୍ଦ ସାହୁ ସ୍କୁଲରେ ସେକ୍ସ ରାକେଟ ଚଳାଉଥିଲା ବୋଲି ହୋଇଥିବା ଅଭିଯୋଗ ସ୍କୁଲର ସମ୍ମାନକୁ ଅଧିକ କ୍ଷତିଗ୍ରସ୍ତ କରିଛି । ଅନେକ ବାପା ମା ଏବେ ସେମାନଙ୍କ ଝିଅକୁ ଅନ୍ୟତ୍ର ପଢାଇବାକୁ ଚାହୁଁଛନ୍ତି । ଏପରିକି ସ୍କୁଲରୁ ଟିସି ନେବା ଆରମ୍ଭ କରିଦେଲେଣି ଅନେକ ଅଭିଭାବକ । ଏମିତି ପରିସ୍ଥିତି ଭିତରେ ଆଜିଠୁ ସ୍କୁଲ ଖୋଲିବା ସହ ପାଠପଢା ବି ଆରମ୍ଭ ହୋଇଛି । ଆଉ ସ୍କୁଲକୁ ବଦନାମ କରିବା ଭଳି ଖବର ପ୍ରସାରଣ ନ କରିବାକୁ ନିବେଦନ କରିଛନ୍ତି ବିଦ୍ୟାର୍ଥୀ । ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ପାଇଁ ସ୍କୁଲକୁ ଆସି ପାଠପଢାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଯୁକ୍ତଦୁଇ ଅଧ୍ୟକ୍ଷ ।

LEAVE A REPLY

Please enter your comment!
Please enter your name here