ରାଜ୍ୟରେ ଗତକାଲି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ୭୨% ମତଦାନ ହୋଇଛି । ତେବେ ମୋଟ ୯ହଜାର ୧୧୭ଟି ବୁଥରେ ମତଦାନ ହୋଇଥିବା ବେଳେ ୬ଟି ବୁଥରେ ଭୋଟ ଗ୍ରହଣ ବନ୍ଦ ରହିଥିଲା । ୫ଟି ସଂସଦୀୟ କ୍ଷେତ୍ର ମଧ୍ୟରେ ବରଗଡ-୭୭.୭୩%, ସୁନ୍ଦରଗଡ-୭୧.୫୨%, କନ୍ଧମାଳ-୬୯.୨୪%, ଆସ୍କା-୬୫.୮୯, ଏବଂ ବଲାଙ୍ଗିର ୭୪.୩୩% ମତଦାନ ସାବ୍ୟସ୍ତ ହୋଇଛି । ପ୍ରଥମ ପର୍ୟ୍ୟାୟରେ ଓଡ଼ିଶାରେ ୭୪.୭୬ମତଦାନ ରେକର୍ଡ ହୋଇଥିଲା । ଗତକାଲି ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୫ଜଣ ସାଂସଦ ଓ ୨୪୪ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଯାହା ଇଭିଏମରେ ସିଲ୍ ହୋଇଛି ।