ନ୍ୟାସନାଲ ହେରାଲଡ ମାମଲା । ଆଜି ଇଡିରେ ହାଜରେ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାକୁ ନେଇ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ପଦକ୍ଷେପ ବିରୋଧରେ ବିକ୍ଷୋପ କରିବ କଂଗ୍ରେସ । କଂଗ୍ରେସ ନେତା କହିଛନ୍ତି, ରାହୁଲଙ୍କ ବିରୋଧରେ ଇଡିର ଏହି ପଦକ୍ଷେପକୁ ଦେଶବ୍ୟାପୀ ଦଳ ବିରୋଧ କରିବ । ଦେଶର ବିଭିନ୍ନ ସ୍ଥାନରେ ରହିଥିବା ପ୍ରାୟ ୨୫ଟି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ । ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତାମାନେ ବି ସାମିଲ ହେବେ । ଗାନ୍ଧି ପରିବାର ବିରୋଧରେ ଇଡି ଅଯଥା ବିବାଦ ସୃଷ୍ଟି କରୁଛି ଏବଂ ମିଛ ମାମଲାରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କୁ ଫସାଇବା ଲାଗି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଉଭୟ ଇଡି ଓ ସିବିଆଇକୁ ଅପବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଆସନ୍ତା ଜୁନ୍ ୨୩ରେ ଇଡି ଆଗରେ ହାଜର ହେବେ ସୋନିଆ । ସୋନିଆ କରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ଜବାହାରଲାଲ୍ ନେହେରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାସନାଲ ହେରାଲଡ ନ୍ୟୁଜ୍ ପେପରର ମାଲିକାନା ୟଙ୍ଗ୍ ଇଣ୍ଡିଆନ୍ସକୁ ହସ୍ତାନ୍ତର କରିବା ଘଟଣାରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଇଡି କରିଥିଲା ଛାନଭିନ୍ । ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା। ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି। ସୁବ୍ରମନିୟନ୍ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍ ସ୍ୱାମୀ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here