ପୃଥିବୀର ତାପମାତ୍ରା ବୃଦ୍ଧି ଯୋଗୁଁ ଏହା ଧିରେଧିରେ ଧ୍ୱଂସ ଆଡକୁ ଗତି କରୁଛି. ଏହାର ମୁଖ୍ୟ କାରଣ ହେଉଛି ପରିବେଶରୁ ଗଛକୁ କାଟି ସଂପୂର୍ଣ୍ଣଭାବେ ନଷ୍ଟ କରିଦେବା ଓ ଉଚ୍ଚ ଅଟାଳିକା ନିର୍ମାଣ କରିବା. ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଏଭଳି ଗମ୍ଭୀର ପରିସ୍ଥିତିରେ ପହଞ୍ଚିଛି, ଯେଉଁଥିପାଇଁ ଏହାର ସମାଧାନ ହେବା ନିହାତି ଜରୁରୀ ବୋଲି କହିଛନ୍ତି ଏଏମୟୁ ଭୂଗୋଳ ବିଭାଗର ପ୍ରଫେସର ସଇଦ୍ ନୌସାଦ. ଅଲ୍ଲୀଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ର ପ୍ରଫେସର ସଇଦ୍ ନୌସାଦ କହିଛନ୍ତି, ପୃଥିବୀର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି, ଯାହା ପୃଥିବୀ ଧ୍ୱଂସ ହେବାର ମୁଖ୍ୟ କାରଣ. ତାଙ୍କ କହିବା ଅନୁସାରେ, ଯଦି ବର୍ତ୍ତମାନ ଠାରୁ ଏହାର ସମାଧାନ ବାହାର କରାନଯାଏ, ତାହାଲେ 2050 ମସିହା ଭିତରେ ଏହାର ତାପମାତ୍ରା ଏତେ ମାତ୍ରାରେ ବଢିଯାଇଥିବ ଯେ, ଏଥିରେ ଥିବା ଗ୍ଲାସିୟର୍ ମଧ୍ୟ ତରଳି ଯିବ ଏବଂ ପୃଥିବୀ ଉପରେ କାର୍ବନର ନିଃସରଣ ମଧ୍ୟ 5 ଗୁଣା ବଢିଯିବ.