ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଦୁଇ ଦିନ ପରେ ଡିପ୍ରେସନରେ ପରିଣତ ହେବ । ୬-୭ ତାରିଖ ବେଳକୁ ଆକାଶ ମେଘାଛନ ରହିବ । ୮-୯ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି । ଯଦି ପାଣିପାଗ ବିଗ୍ୟାନିକ ଆକଳନ ଠିକ ହୁଏ ତାହେଲେ ଡିପ୍ ଡିପ୍ରେସନ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ଇଣ୍ଡିଆନ୍‌ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ୍ ପକ୍ଷରୁ ଜାରି ହୋଇଥିବା ଚିତ୍ରରେ ସମ୍ଭାବ୍ୟ ବାତ୍ୟା ୧୦ କିମ୍ବା ୧୧ ତାରିଖ ବେଳକୁ ଜଗତସିଂହପୁର କେନ୍ଦ୍ରପଡା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି। ତେବେ ବାତ୍ୟା ହେବ କି ନାହିଁ ତାହା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୨-୩ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here