ଦୀର୍ଘ ଦିନର ଲକଡାଉନ ବ୍ରେକ୍ ପରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଥିଲେ । ସରକାରୀ ଭାବେ ନବୀନ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ ଜୋନର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଜମି ଅଧିଗ୍ରହଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ନବୀନଙ୍କ ପୁରୀ ଗସ୍ତ ଓ ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା କରିବା ଘଟଣାକୁ ଭିନ୍ନ ନଜରରେ ଦେଖିଛନ୍ତି ତାଙ୍କ ନିନ୍ଦୁକ । ଗତ କୋଡିଏ ବର୍ଷ ଭିତରେ ନବୀନ କେତେଥର ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । ବେଳ, କାଳ ଭଲ ନ ଥିବାରୁ ଶ୍ରୀମନ୍ଦିର ପରିକ୍ରମା କରିବାକୁ ନବୀନଙ୍କୁ ତାଙ୍କ ପରାମର୍ଶଦାତା କୁଆଡେ ପରାମର୍ଶ ଦେଇଥିଲେ । ଏମିତି ବି ସବୁ ନିର୍ବାଚନ ପୂର୍ବରୁ ନେତାମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଲୋଡିଥାନ୍ତି । ଏବେ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କସରତ୍ ଆରମ୍ଭ ହୋଇଯାଇଥିବାରୁ ନବୀନ ଏକା ସାଙ୍ଗରେ ‘ଦିଅଁ ଦେଖା ଓ କଦଳୀ ଖିଆ’ କରିଦେଲେ ବୋଲି ନିନ୍ଦୁକ କହୁଛନ୍ତି । ଅର୍ଥାତ ହେରିଟେଜ ଜୋନ୍ ସମୀକ୍ଷା ବି ହେଲା, ଗ୍ରହ ରିଷ୍ଟ ଖଣ୍ଡନ ସହ ପୂଣ୍ୟ ଅର୍ଜନ ବି ହେଲା । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, କରୋନା ପାଇଁ ଛ ମାସ ହେଲାଣି ବିକାଶ ଠପ୍ ହୋଇଯାଇଛି । ନବୀନ କି ଅଗ୍ରଗତି ସମୀକ୍ଷା କଲେ । ଏଇଟା ନବୀନଙ୍କ ଉପନିର୍ବାଚନ ଚାଲ୍ ।

LEAVE A REPLY

Please enter your comment!
Please enter your name here