ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି । ଏମିତି ଯୋଜନା ଆରମ୍ଭ କରିଛି ବିଜୁ ଜନତା ଦଳ । ବିଜେଡି ଆଇ.ଟି ସେଲ ପକ୍ଷରୁ ସେଲ୍ଫି ଉଇଥ ସିଏମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆପଣ ବି ଚାହିଁଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲ୍ଫି ନେଇପାରିବେ । ଏଥିପାଇଁ ବିଜେଡି ଆଇଟି ସେଲକୁ ଯୋଗାଯୋଗ କରିବାକୁ ପଡିବ । ଆଉ ବିଜେଡି କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପୋଜ ସହ ସେଲ୍ଫି ଫଟୋ ନେଇପାରିବେ । ପାର୍ଟି ଅଫିସ୍‌ର ଆଇଟି ସେଲରେ ବୈଷୟିକ ଜ୍ଞାନ କୌଶଳରେ ଥିବା ନବୀନଙ୍କ ପ୍ରତିଛବିର ବିଭିନ୍ନ ଆଙ୍ଗେଲ ବ୍ୟାକଗ୍ରାଉଣ୍ଡରେ ସେଲ୍‌ଫି ମୋଡକୁ ଗଲେ ନବୀନଙ୍କ ଫଟୋ ଆସିବ । ତାପରେ ଆପଣ ହାତରେ ମୋବାଇଲ ଧରି କ୍ଲିକ କରିବେ  । ଏଥିପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆଇ.ଟି ସେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଛାତ୍ର ବିଜେଡିର ଲୋଗୋ ଉନ୍ମୋଚନ କରିଛନ୍ତି । ମୁଖ୍ୟମନ୍ତ୍ରୀ  । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ସୋସିଆଲ ମିଡିଆର ସଦୁପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ସବୁ ଜିଲ୍ଲାରେ ଦଳ ପକ୍ଷରୁ ଆଇଟି ସେଲ ଖୋଲିବାକୁ ଯୋଜନା କରାଯାଇଛି । ପ୍ରାଥମିକ ପର୍ୟ୍ୟାୟରେ ୪ଟି ଜିଲ୍ଲା ମୟୂରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆଇଟି ସେଲ ଖୋଲାଯିବ ।

LEAVE A REPLY

Please enter your comment!
Please enter your name here