ପଞ୍ଜାବର ବାଥିଣ୍ଡାସ୍ଥିତ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ ଘଟି 4 ଜଣଙ୍କ ମୃତ୍ୟୁ ହୋଇଛି । ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିକାଣ୍ଡ ପରେ କ୍ୟୁଇକ ଆକ୍ସନ ଟିମ୍ ଘଟଣାସ୍ଥଳକୁ ସିଲ୍ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଅଫିସର୍ସ ମେସରେ ଭୋର ସାଢେ ଚାରିଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ବାଥିଣ୍ଡା ପୋଲିସ କର୍ତ୍ତୃପକ୍ଷ କହିଛନ୍ତି, ସେମାନଙ୍କୁ ଭିତରକୁ ଯିବାକୁ ମିଲିଟାରୀ କର୍ତ୍ତୃପକ୍ଷ ଅନୁମତି ଦେଇନାହାଁନ୍ତି । ମିଲିଟାରୀ ଷ୍ଟେସନର ସମସ୍ତ ଗେଟ୍ ବନ୍ଦ ରହିଛି ଏବଂ ସେମାନେ ଅନୁମତି ଅପେକ୍ଷାରେ ରହିଛନ୍ତି ।

ଅଫିସର୍ସ ମେସରେ ଘଟିଥିବା ଗୁଳିକାଣ୍ଡର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here