ଆଉ ପଛରେ ରହି ନୁହେଁ କି ଖାଲି ପ୍ରଚାରକ ନୁହେଁ, ଏବେ କଂଗ୍ରେସ ରାଜନୀତିରେ ପ୍ରିୟଙ୍କାଙ୍କ ସିଧାସଳଖ ପ୍ରବେଶ । ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ଏହାଦ୍ୱାରା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳରେ କର୍ମୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ଉତ୍ସାହ । ପ୍ରିୟଙ୍କାଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି । ଫେବୃୟାରୀ ପ୍ରଥମ ସପ୍ତାହରେ ପ୍ରିୟଙ୍କା ନିଜର ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଉଛି । ଏପରି କରି ଶେଷରେ କଂଗ୍ରେସ ଦଳ ନିଜର ରଣକୌଶଳ ପ୍ରଦର୍ଶନ ଆରମ୍ଭ କରିଛି । ପ୍ରିୟଙ୍କାଙ୍କ ଏଣ୍ଟ୍ରି ପରେ କଂଗ୍ରେସରେ ଭାଇ ଭଉଣୀଙ୍କ ଯୋଡି ଏଥର କିଛି କରିସ୍ମା କରି ଦେଖାଇବାକୁ ଯ଼ୋଜନା କରିଛନ୍ତି. ପୂର୍ବରୁ ପ୍ରିୟଙ୍କା କେବଳ ନିର୍ବାଚନ ସମୟରେ ପ୍ରଚାରରେ ଭାଗ ନେଉଥିଲେ. ଏଥର କିନ୍ତୁ ଦଳ ଅଗ୍ରଭାଗରେ ରହି ନେତୃତ୍ବ  ନେବେ.

LEAVE A REPLY

Please enter your comment!
Please enter your name here