ଗତ 21 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଅଭିଯୋଗରେ ଦୁଇ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନିଜ ସଂସ୍ଥାର କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ବ୍ୟାଙ୍କ ଲୋନ ସ୍କାମରେ ଜଡିତ ଥିବା ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡା ସରକାରୀ କୃଷି ସବସିଡ୍ ନିଜ କଂପାନୀ ନାଁରେ ହଡପ କରିଥିବା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋିଥିଲେ । ମାତ୍ର ବହିଷ୍କାରର ଦଶଦିନ ନ ପୁରୁଣୁ ରେମୁଣା ବିଧାୟକ ନିଜ ନିର୍ବାଚନମଣ୍ଡଳିରେ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଯୋଗ ଦେଇଛନ୍ତି । ଦଳୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେବାକୁ ତାଙ୍କୁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ବର ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀ ପ୍ରତାପ ଦେବ ଦଳୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେବାକୁ ସେ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି । ତେବେ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ପ୍ରତାପ କହିଛନ୍ତି ।
ଏହାର ଅର୍ଥ ହେଉଛି, ଯେଉଁ ବିଧାୟକଙ୍କୁ ଦଳରୁ ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କଲେ, ତାଙ୍କୁ ଦଳ ଭିତରେ ରଖିବାର କ୍ଷମତା ପ୍ରତାବ ଦେବଙ୍କର ରହିଛି । ଦୁର୍ନୀତି ଆରୋପ ଲଗାଇ ନବୀନ ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କରିଥିବା ବେଳେ ପ୍ରତାପ ଦେବ କେମିତି ସାଙ୍ଗଠନିକ ବୈଠକରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ, ତାକୁ ନେଇ ଜିଲ୍ଲା ଦଳୀୟ କାର୍ଯ୍ୟକର୍ତ୍ତା ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here