ରାଜଧାନୀରେ ଚାଞ୍ଚଲ୍ୟ । ଆଜି ମଧ୍ୟାହ୍ନରେ ଭିମଟାଙ୍ଗି ଫେଜ-୧ରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟାକାଣ୍ଡ । ମୃତ ପ୍ରିୟଦର୍ଶିନୀ ସାହୁଙ୍କୁ କିଏ ଏବଂ କଣ ପାଇଁ ହତ୍ୟା କରିଛି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବକ ମଧ୍ୟ ଉଦ୍ଧାର ହୋଇଛନ୍ତି । ତାଙ୍କ ନାଁ ଜଗନ୍ନାଥ ପ୍ରଧାନ । ସେ ତାଙ୍କ ହାତ କାଟିବା ପରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସ୍ୱାମୀ ଅଫିସ ଯାଇଥିବାବେଳେ ପ୍ରିୟଦର୍ଶିନୀଙ୍କ ୩ ବର୍ଷର ପୁଅ ଘର ମାଲିକଙ୍କ ପାଖରେ ଥିଲା । ତେବେ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ ଖୋଳତାଡ କରିବା ଭିତରେ ଏକ ହାତ ଲେଖା ଚିଠି ଜବତ ହୋଇଛି । ଗୁରୁତର ଥିବା ଯୁବକ ଏହି ଚିଠି ଲେଖିଥିବା ସୂଚନା ମିଳୁଛି । ତେବେ ଏହି ଘଟଣାରେ ପ୍ରିୟଦର୍ଶିନୀଙ୍କ ସ୍ୱାମୀ କହିଛନ୍ତି, ସେ ଅଫିସରେ ଥିବାବେଳେ ଏକ କଲ୍ ପାଇଥିଲେ । ବ୍ୟସ୍ତ ଭିତରେ ଥିବାରୁ କଲ୍ ଉଠାଇ ପାରିନଥିଲେ । କଲ୍ ନଉଠାଇବାରୁ ମୋ ପାଖକୁ ଏକ ଫଟୋ ଆସିଲା । ଫଟୋରେ ମୋ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଲି । ଘଟଣା କଣ ବୁଝିବାକୁ ମାଲିକଙ୍କୁ ଫୋନ କରିଥିଲି । ଘର ମାଲିକ ପ୍ରିୟଦର୍ଶିନୀ ଏବଂ ଜଣେ ଯୁବକ ପଡିଥିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ମୁଁ ପୋଲିସ ସହ ଘଟଣାସ୍ଥଳରେ ପହଁଞ୍ଚିଥିଲି । ହତ୍ୟାକାଣ୍ଡର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡିତ କରିବାକୁ ସେ ଦାବି କରିଛନ୍ତି ।

ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି, ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ ଏବଂ ମୃତ ମହିଳାଙ୍କ ମଧ୍ୟରେ କି ସଂପର୍କ ଥିଲା, ତାହା ଜଣାପଡିନାହିଁ । ତେବେ ରହସ୍ୟ ଉନ୍ମୋଚନ କରିବାକୁ ତଦନ୍ତ ଜାରି ରହିଛି । ଘରୁ ମିଳିଥିବା ଚିଠିକୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଯୁବକ ଜଣକ ମହିଳା ଓ ତାଙ୍କ ପୁଅକୁ ମାରିବାକୁ ଆସିଥିବା ସୁରାଗ୍ ମିଳିଛି । ମାତ୍ର ତିନିବର୍ଷର ପୁଅ ଘର ମାଲିକଙ୍କ ପାଖରେ ଉପର ମହଲାରେ ଥିବାରୁ ହତ୍ୟାକାଣ୍ଡରୁ ବର୍ତ୍ତିଯାଇଛି । ଜଗନ୍ନାଥ ପ୍ରତିହିଂସା ପରାୟଣ ହୋଇ ଏହି ଅପରାଧ ରଚାଇଥିବା କୁହାଯାଉଛି । ଜଗନ୍ନାଥ ଏବଂ ମୃତ ମହିଳା ପ୍ରିୟଙ୍କା ଉଭୟ ଯାଜପୁରର ଏବଂ ଉଭୟ ପୂର୍ବରୁ ପରସ୍ପରକୁ ଜାଣିଥିଲେ ।

LEAVE A REPLY

Please enter your comment!
Please enter your name here