ବାଙ୍କି ନିକଟସ୍ଥ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା । ଅନୁଗୁଳରୁ ଆସୁଥିବା ଏକ ଯାତ୍ରୀବାହି ବସ୍ ଆଝି ସକାଳ ଦଶଟା ବେଳେ ବ୍ରିଜ୍ ଉପର ଦେଇ ଆସୁଥିବା ବେଳେ ହଠାତ୍ ଡାହାଣ ପଟକୁ ମାଡି ଯାଇଥିଲା । ବ୍ରିଜର ବାଡ ଭାଙ୍ଗି ବସଟି ମହାନଦୀ ମଧ୍ୟକୁ ଝୁଲି ପଡିଥିଲା । ବସ୍ ଡୋର୍ ମହାନଦୀ ମଧ୍ୟକୁ ରହିଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ, ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ପଚାଶ ଜଣ ଯାତ୍ରୀଙ୍କୁ ବସର ଝରକା ବାଟେ ଉଦ୍ଧାର କରିିଥିଲେ । ବସଟି ମହାନଦୀ ଗର୍ଭକୁ ଖସି ନ ପଡି ଝୁଲି ରହିଥିବାରୁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।
ବସ୍ ଡ୍ରାଇଭର୍ କହିବା କଥା ବସଟି ବ୍ରିଜ ଉପରେ ଥିବା ବେଳେ ହଠାତ ଷ୍ଟିଅରିଂ କାମ କରି ନ ଥିଲା । ଷ୍ଟିଅରିଂ ରଡ୍ ଭାଙ୍ଗିଯିବାରୁ ବସଟି ଗୋଟିଏ କଡକୁ ଟାଣି ନେଇଥିଲା ଯ ସେ ଯେତେ ଚେଷ୍ଟାକଲେ ମଧ୍ୟ ରୋକିପାରି ନଥିଲେ । ତେବେ ଭଗବାନଙ୍କ କୃପାରୁ ବସଟି ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ଅଗ୍ନିଶମ ବିଭାଗ, ପୋଲିସ ଓ ସ୍ଥାନୀୟ ଲେକେ ଝୁଲି ରହିଥିବା ବସଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here