ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରରେ ନବୀନ ହଟାଓ, ଓଡିଶା ବଞ୍ଚାଅ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଶହ ଶହ ଯୁବ କଂଗ୍ରେସ କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ନବୀନ ନିବାସ ଘେରାଉ କରିବାକୁ ଯିବା ବେଳେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା । ମାତ୍ର ବିକ୍ଷୋଭକାରୀ ଯୁବ କଂଗ୍ରେସ କର୍ମୀ ପୋଲିସ ସହ ଠେଲାପେଲା କରି ଶକ୍ତି ପ୍ରଦର୍ଶନ କରିଥିଲେ । ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ବାହାରିଥିଲା । ବିକ୍ଷୋଭକାରୀଙ୍କୁ ଉଦବୋଧନ ଦେଇ ବିଭି ଶ୍ରୀନିବାସ କହିଛନ୍ତି, ଓଡିଶାରେ ନବୀନ-ମୋଦୀ ସରକାର ଚାଲିଛି । ଏହାକୁ ରାଙ୍ଗାବିଲ୍ଲା ସରକାର କହି ସେ ସମାଲୋଚନା କରିଥିଲେ । ଓଡିଶାରେ ବିକାଶ ହେଉଛି ବୋଲି ନବୀନ ପଟ୍ଟନାୟକ ସରକାର କହୁଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଗରିବ ଓଢିଆ ଦାଦନ ଖଟିବାକୁ ବାହାର ରାଜ୍ୟକୁ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ନିର୍ବାଚନକୁ ଆଖି ଆଗରରେ ରଖି ନବୀନ ସରକାର ବିଭିନ୍ନ ୟୋଜନା କରୁଥିଲେ ହେଁ ବାସ୍ତବପକ୍ଷେ ଏସବୁ ଯୋଜନାର ସୁଫଳ ପହଞ୍ଚିପାରୁନାହିଁ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here