ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଶରେ ଆନ୍ଦୋଳନ ହେଉଛି । ମାତ୍ର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମଗ୍ର ଦେଶରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜିର ଭାରତ ବନ୍ଦ ଡାକରାରେ 18ରୁ ଅଧିକ ଦଳ ଓ ସଂଗଠନ ସାମିଲ ହୋଇଛନ୍ତି । ସଂସଦରେ କୃଷି ବିଲକୁ ସମର୍ଥନ କରିଥିବା ବିଜେଡି ସମେତ କିଛି ଆଞ୍ଚଳିକ ଦଳ ମଧ୍ୟ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଓଡିଶାରେ ଭାରତ ବନ୍ଦକୁ ବିଜେଡିର ସମର୍ଥନ ଘୋଷଣା ପରେ ସବୁ ସରକାରୀ କାର୍ଯ୍ୟାଳୟକୁ ସରକାର ଛୁଟି ଘୋଷଣା କରିଛନ୍ତି । ବନ୍ଦ ଯୋଗୁ ରାଜ୍ୟରେ ସ୍ବାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ବନ୍ଦ ସମର୍ଥକଙ୍କ ପିକେଟିଂ, ରାଲି ଯୋଗୁ ଅଧିକାଂଶ ସ୍ଥାନରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ଦୋକାନବଜାର, ବସ୍ ଚଳାଚଳ ବନ୍ଦ ରହିଛି । ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଯାତ୍ରୀମାନେ ଅପେକ୍ଷା କରି ରହିଛନ୍ତି । ତେବେ ବିମାନ ଚଳାଚଳ ସ୍ବାଭାବିକ ରହିଛି ।

LEAVE A REPLY

Please enter your comment!
Please enter your name here