ଖୁସିରେ ନାଚୁଛନ୍ତି ଛାତ୍ରଛାତ୍ରୀ. ନାଚଗୀତରେ ପୁରା ମସଗୁଲ୍. ଏ ହେଉଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବା ପରର ଦୃଶ୍ୟ. ଭୁବନେଶ୍ବର ସ୍ଥିତ ରୟାଲ କଲେଜ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତାକୁ ନେଇ ଖୁସି ମନଉଛନ୍ତି. ପରସ୍ପରକୁ ମିଠା ଖୁଆଇ ଖୁସି ବାଣ୍ଟୁଛନ୍ତି. ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି. ପରୀକ୍ଷା ଦେଇଥିବା ମୋଟ ୯୭ ହଜାର ୭୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦,୮୦୬ ଜଣ ପାଶ୍ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୨୩ ହଜାର ୯୦୪ ଓ ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି. ୨୯ କଲେଜରେ ପରୀକ୍ଷାଫଳ ୧୦୦ ପ୍ରତିଶତ ହୋଇଥିବା ବେଳେ ୯ଟି କଲେଜରେ କେହି ପାଶ୍ କରିନାହାନ୍ତି. ତେବେ ୯ଟି କଲେଜର ପରୀକ୍ଷାଫଳକୁ ନେଇ ବିଭାଗ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୭୦ ହଜାର ୭୦୬ ଜଣଙ୍କ ମଧ୍ୟରୁ ୪୦ ହଜାର ୫୮ ଜଣ ଛାତ୍ର ହୋଇଥିବା ବେଳେ ୩୦ ହଜାର ୬୪୮ ହେଉଛନ୍ତି ଛାତ୍ରୀ. ତେବେ ପାଶ୍ ହାର ଦୃଷ୍ଟିରୁ ଛାତ୍ରୀମାନେ ଆଗରେ ରହିଛନ୍ତି. ସେହିପରି ବାଲେଶ୍ବର ଜିଲ୍ଲାରେ ପାଶହାର ସର୍ବାଧିକ ରହିଥିବା ବେଳେ ଗଜପତି ଜିଲ୍ଲାରେ ସର୍ବନିମ୍ନ ରହିଛି. ଖାତା ରିଚେକିଂ ପାଇଁ ଛାତ୍ରଛାତ୍ରୀମାନେ ୧୫ ଦିନ ଭିତରେ ଆବେଦନ କରିପାରିବେ.

LEAVE A REPLY

Please enter your comment!
Please enter your name here