ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଆସୁଛି ନୂଆ ତଥ୍ୟ । ଗତକାଲି ଚାଉଳିଆଗଞ୍ଜ ପୋଲିସ ନିକିତାଙ୍କ ଶାଶୁ ଘରେ ଲଟକା ଝୁଲାଇବା ପରେ ଆଜି ନିକିତାଙ୍କ ନଣନ୍ଦ ମୁହଁ ଖୋଲିଛନ୍ତି ।

ନିକିତାଙ୍କ ମୃତ୍ୟୁ ପରେ ସ୍ୱାମୀ ଲିପନ୍‌ଙ୍କୁ ପୋଲିସ ଗିରଫ କରିଥିଲା । ଗତକାଲି ପୋଲିସ ଲିପନଙ୍କ ଘରେ ଲଟକା ଝୁଲାଇଥିଲା । ତେବେ ଏହାରି ଭିତରେ ନିକିତାଙ୍କ ନଣନ୍ଦ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ଛାତ ଉପରେ ଲିପନଙ୍କ ସହ ନିକିତାଙ୍କ ବାପା ଓ ଭାଇ ଉପସ୍ଥିତ ଥିଲେ । ନିକିତା ଲିପନଙ୍କ ମଧ୍ୟରେ କଥା କଟାକଟି ବେଳେ ଏହି ଘଟଣା ଘଟିଥିଲା । ସମସ୍ତେ ନିକିତାଙ୍କୁ ଉଦ୍ଧାର ଲାଗି ଉଦ୍ୟମ କରି ପ୍ରାୟ ସାତ ମିନିଟ ଅଟକାଇ ରଖିବା ସତ୍ୱେ ନିକିତା ଛାତରୁ ଗଳି ପଡ଼ିଥଲେ । ମାତ୍ର ନିକିତାଙ୍କ ବାପା ପୂର୍ବରୁ ଦେଇଥିବା ବୟାନରେ ଘଟଣା ଘଟିବା ବେଳେ ସେମାନେ ଛାତ ଉପରେ ନ ଥିଲେ ବୋଲି କହିଥିଲେ. ତେଣୁ ନିକିତା ନଣନ୍ଦଙ୍କ ବୟାନ ପରେ ନିକିତାଙ୍କ ମୃତ୍ୟ ଘଟଣାର ରହସ୍ୟ ଅଧିକ ଜଟିଳ ହେଉଛି.

LEAVE A REPLY

Please enter your comment!
Please enter your name here