ମୁଣ୍ଡ ଉପରେ ଝୁଲୁଛି ନିର୍ବାଚନର ଖଣ୍ଡା । ଆଉ ଏତିକି ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନେତାଙ୍କ ରୋମାନ୍ସ ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରହିଛି ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ନେତାଙ୍କ ରୋମାନ୍ସ ସମୟର ଦୃଶ୍ୟ । ଜଣେ ବିଦେଶିନୀଙ୍କୁ ଆଲିଙ୍ଗନ କରିବା, କ୍ୟାଟଓାକ କରିବା ଏବଂ ତାଙ୍କ ସହ ଶୋଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ନେତାଙ୍କୁ ଅଡୁଆରେ ପକାଇଛି । ଅବିଭକ୍ତ କୋରାପୁଟରେ ଖୁବ୍ ପ୍ରଭାବଶାଳୀ ଥିବାଏହି ନେତା ବିଦେଶିନୀଙ୍କ ସହ ରୋମାନ୍ସ କରୁଥିବାରୁ ଦୃଶ୍ୟ ପୂର୍ବରୁ ମଧ୍ୟ ଭାଇରାଲ ହୋଇଥିଲା । ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧୀ ଏମିତି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଭାଇରାଲ ହୋଇଥିବା ଭିଡିଓ ୨୦୧୩ର ଏବଂ ସେତେବେଳେ ଆଦିବାସୀ ନେତା ଜଣଙ୍କ ବ୍ୟାଙ୍କକ ଯାଇଥିବା ବେଳେ ଏହି ଅନ୍ତରଙ୍ଗ ଦୃଶ୍ୟ ଉତ୍ତୋଳନ କରାଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here