କଂଗ୍ରେସ କ୍ଷମତାକୁ ଆସିଲେ ସଂସଦର ପ୍ରଥମ ଅଧିବେଶନରେ ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସାମ୍ବାଦିକ ମାନଙ୍କୁ ସୁଚନା ଦେଇ କହିଛନ୍ତି । ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ପାଇଁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାରେ ବିଜେଡି ପ୍ରଥମ ଦଳ ବୋଲି ଯାହା କହୁଛନ୍ତି ତାହା ସତ୍ୟ ନୁହଁ । ପଡୋଶୀ ପଶ୍ଚିମବଙ୍ଗରେ ମମତା ବାନାର୍ଜି ମଧ୍ୟ ୪୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ଗତ ୧୯ ବର୍ଷ ଧରି ନବୀନ ସରକାରରେ ଥିଲେ ମଧ୍ୟ ମହିଳାଙ୍କ କଥା କାହିଁକି ମନେପଡୁନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବରଂ ବିଜେଡି ସରକାରରେ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ତଥା ନିର୍ଯାତନା ସର୍ବାଧିକ ବୃଦ୍ଧି ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here