ଦିନକୁ ଦିନ ବିଜେଡି ପାଇଁ ଚ୍ୟାଲେଞ୍ଜ ବଢିବାରେ ଲାଗିଛି. ପୂର୍ବ ନିର୍ବାଚନ ତୁଳନାରେ 2019 ନିର୍ବାଚନ କ୍ରମଶଃ ଜଟିଳ ହେବାରେ ଲାଗିଛି. ଆଗ ଅପେକ୍ଷା ବିରୋଧୀ କଂଗ୍ରେସ ଓ ବିଜେପିର ଶକ୍ତି ବୃଦ୍ଧି ଘଟିଛି. ଏଭଳି ସ୍ଥିତିରେ ବିଜେଡିକୁ ଭଲ ନମ୍ବରରେ ଜିତେଇବା ପାଇଁ ଦଳର ଯୁବ କୋର୍ ଟିମ୍ ନୂଆ ଷ୍ଟ୍ରାଟେଜୀ ଗ୍ରହଣ କରିଛନ୍ତି. ପଞ୍ଚାୟତ ନିର୍ବାଚନରେ ଦଳର ଖରାପ ଫଳ ପରେ ଦଳୀୟ ସଙ୍ଗଠନକୁ ସଜାଡିବାକୁ ସେତେବେଳେ ଶକ୍ତି ମନ୍ତ୍ରୀ ଥିବା ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦ ଛାଡି ସଙ୍ଗଠନରେ ଧ୍ୟାନ ଦେବାକୁ ପ୍ରସ୍ତାବ ଦେଇଥିଲେ. ଦଳୀୟ ନେତୃତ୍ବ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିନେବା ସହ ମନ୍ତ୍ରୀମଣ୍ଡଳରୁ ତିନି ଯୁବ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ପ୍ରଣବ ପ୍ରକାଶ ଦାସଙ୍କୁ ବାହାର କରି ଦିଆଯାିଥିଲା. ଏବେ ତିନି ଯୁବ ନେତାଙ୍କ କାନ୍ଧରେ 2019 ନିର୍ବାଚନ. ତେଣୁ ମନ୍ତ୍ରୀ ପଦ ଛାଡି ସଙ୍ଗଠନ ଉପରେ ଗୁରୁତ୍ବ ଦେଉଥିବା ତିନି ଯୁବନେତା ନ ଲଢିବା ପ୍ରସ୍ତାବକୁ ଦଳ ବିଚାର କରୁଛି. ତିନି ନେତା ହୁଏତ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ.

LEAVE A REPLY

Please enter your comment!
Please enter your name here