ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ । ତୁର୍କୀ ଓ ସିରିଆରେ ୭.୮ ତୀବ୍ରତାର ବଡ ଧରଣର ଭୂମିକମ୍ପ । ବଡ ଧରଣର ଭୂମିକମ୍ପରେ ୨୦୦ ରୁ ଅଧିକ ମୃତ । ସାଇପ୍ରସ ଓ ଇଜିପ୍ଟରେ ମଧ୍ୟ ଭୂକମ୍ପ ଝଟକା ଅନୁଭତ । ଏକାଧିକ କୋଠା ଭୁଶୁଡିଲା , ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା । ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି । ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧ୍ୱଂସସ୍ତୁପ ଭିତରେ ଅନେକ ଫସିରହିଥିବା ଆଶଙ୍କା । ଏହାପରେ ସୁନାମୀ ଆଲର୍ଟ ଜାରି କରିଛି ଇଟାଲୀ ।

LEAVE A REPLY

Please enter your comment!
Please enter your name here