୩୦ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ଚିଠା ବିଜ୍ଞପ୍ତିିରେ ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା । ଅନୁଗୁଳ, କେନ୍ଦୁଝର , ଖୋର୍ଦ୍ଧା ଓ ଗଜପତିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ । ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୩ ଜିଲ୍ଲା ସଂରକ୍ଷିତ । କଟକ , ଜଗତସିଂହପୁର, ଭଦ୍ରକ. ଯାଜପୁର ଜିଲ୍ଲା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିିବାବେଳେ ଅନୁସୂଚିତ ଜନଜାତି ପାଇଁ ୧୦ଟି ଜିଲ୍ଲା କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୟାଗଡ, ସୁନ୍ଦରଗଡ, ସୋନପୁର ଜିଲ୍ଲା ସଂରକ୍ଷିତ ରଖାଯାଇଛି । ୧୫ଟି ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦ ଅଣ ସଂରକ୍ଷିତ ରହିଛି । କଳାହାଣ୍ଡି, କେନ୍ଦ୍ରାପଡା, ଗଞ୍ଜାମ, ଝାରସୁଗୁଡା, ଢେଙ୍କାନାଳ, ଦେବଗଡ, ନୂଆପଡା , ପୁରୀ , ବରଗଡ, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଅଣସଂରକ୍ଷିତ ରହିଛି ।
ମହିଳାଙ୍କ ପାଇଁ ୫୦ ପ୍ରତିଶତ ଅର୍ଥାତ୍ ୧୫ଟି ଜିଲ୍ଲାରେ ସଭାପତି ପଦବୀ ସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲା ଗୁଡିକ ହେଉଛି, ଅନୁଗୁଳ, କଟକ, କଳାହାଣ୍ଡି, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ, ଢେଙ୍କାନାଳ, ନୟାଗଡ, ନୂଆପଡା, ବରଗଡ, ବୌଦ୍ଧ , ଭଦ୍ରକ, ମାଲକାନଗିରି, ରାୟଗଡା ଓ ସୋନପୁର ସଂରକ୍ଷିତ ରହିଛି । ଅକ୍ଟୋବର ୨୬ରେ ଚୂଡାନ୍ତ ତାଲିକା ପ୍ରକାଶ କରିବେ ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here