ପୁଣି ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୩ ପଇସା ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୯୩ ପଇସାରୁ ୯୬ ପଇସା , ଡିଲକ୍ସ ଭଡା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସା, ଏସି ଡିଲକ୍ସ ୧ ଟଙ୍କା ୫୭ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍‌ଭଡା ୨ ଟଙ୍କା ୪୪ରୁ ୨ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି । ତୈଳ ଦର ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here