ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତ ଦିଆଯାଇଛି । ରାଷ୍ଟ୍ରପତିଭବନରୁ ଏ ସମ୍ପର୍କରେ ବିଗ୍ୟପ୍ତି ପ୍ରକାଶ ପାଇଛି । ବିଶ୍ୱଭୂଷଣ ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ଓ ସେ ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି । ଜନତା ଦଳରୁ ଦୁଇ ଥର ନିର୍ବାଚିତ ହୋଇଥିବାବେଳେ ବିଜେପିରେ ୩ ଥର ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ସେ ରାଜଶ୍ୱ , ଆଇନ , ଶିଲ୍ପ , ଗ୍ରାମ୍ୟ ଉନ୍ନୟନ ଭଳି ବିଭିନ୍ନ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି । ଆନ୍ଧ୍ର ପ୍ରଦେଶର ୨୩ ତମ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ହରିଚନ୍ଦନ ଖୁସି ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here