ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ମୃତ୍ୟୁ କାଣ୍ଡରେ ପୋଲିସ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରିଛି । ପ୍ରମୋଦଙ୍କ ମାଆ ଶାନ୍ତିଲତା ବେହେରା ଅଭିଯୋଗ କରିଛନ୍ତି ଯେ ପୁଅକୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ଏବଂ ଘଟଣାରେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ସେ ବାପା-ମାଆଙ୍କୁ ଝିଅଙ୍କୁ ପୋଡ଼ି ମାରିବାର ଅଭିଯୋଗ କରିଛନ୍ତି ।
ପ୍ରମୋଦଙ୍କ ଭଉଣୀ ସବିତା କହିଛନ୍ତି, ତାଙ୍କ ଭାଇ ଓ ମୃତ ଛାତ୍ରୀଙ୍କ ମଧ୍ୟରେ ବହୁତ୍ବ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା ଏବଂ ସେମାନେ ପଳାଇବା ପାଇଁ ପ୍ରସ୍ତୁତ ହୋଇଥିଲେ। ଝିଅର ବାପା-ମାଆ ତାକୁ ନିର୍ମମ ଭାବରେ ପିଟୁଥିଲେ, ଏପରିକି ଚେଙ୍କ ଦେଇଥିଲେ। ମୃତ୍ୟୁର ମାତ୍ର ଦୁଇ ଦିନ ପୂର୍ବରୁ ମଧ୍ୟ ନିଷ୍ଠୁର ମାଡ଼ ହୋଇଥିବା ଅଭିଯୋଗ ସେ ଆଣିଛନ୍ତି।
ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ—ସେ ଆତ୍ମଦାହ କଲେ କି ହତ୍ୟା ହୋଇଥିଲେ, ପୋଲିସ ତଦନ୍ତ କରୁଛି। ଝିଅର ବାପା କହିଛନ୍ତି ସେ କବାଟ ଭାଙ୍ଗି ଘରକୁ ପ୍ରବେଶ କରିଥିଲେ, କିନ୍ତୁ ପଡ଼ୋଶୀମାନେ ଏହି ବିଷୟରେ ଅଜ୍ଞାତ। କେନ୍ଦ୍ରାପଡ଼ା ଏସପି ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ସନ୍ଦେହରେ ଦେଖୁଛନ୍ତି।
ଚେନ୍ନାଇରୁ ଗିରଫ ହୋଇଥିବା ପ୍ରମୋଦ ବେହେରା ଙ୍କୁ କେନ୍ଦ୍ରାପଡ଼ା ପୋଲିସ ମୁଖ୍ୟାଳୟରେ ଜେରା କରା ଯାଉଛି।













