ଗୁଜୁରାଟ ସୁରତରେ ଜଣେ ଓଡିଆ ଲୋକଙ୍କୁ ଫାଶୀ ଦଣ୍ଡାଦେଶ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ । ଦୋଷୀ ଟୁକୁନା ଦାସକୁ ଫାଶୀ ଦଣ୍ଡ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୧୭ ଜୁନ୍ ୨୯ରେ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା । ତଦନ୍ତ କାଳରେ ବାପା ଟୁକୁନା ହିଁ ହତ୍ୟା କରିଥିବା ଜାଣିଥିଲା ପୋଲିସ । ମୃତ୍ୟୁବେଳକୁ ନାବାଳିକା ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ନାବାଳିକା ଗର୍ଭରେ ଥିବା ଭୂଣ ସହ ଟୁକୁନାର ଡିଏନଏ ମେଳ ଖାଇଥିଲା । ଝିଅକୁ ଗର୍ଭବତୀ ପରେ ଟୁକୁନା ତଣ୍ଟିଚିପି ମାରିଥିବା ଜଣାପଡିଥିଲା । ଏହାକୁ ନେଇ ସେତେବେଳେ ଓଡିଶା ଓ ସୁରତରେ ଚାଞ୍ଚଲ୍ୟ ଖେଳିଥିଲା ।

LEAVE A REPLY

Please enter your comment!
Please enter your name here