ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମ ପୁରସ୍କାରରେ ସମ୍ମାନୀତ କରିଥାନ୍ତି । ମାତ୍ର ଏହି ବିଶିଷ୍ଟ ପୁରସ୍କାରରେ ସମ୍ମାନୀତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଆର୍ଥିକ ଅନଟନ ମଧ୍ୟରେ ରହିଥିବାର ନଜୀର ରହିଛି । ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ବ୍ୟକ୍ତିମାନଙ୍କୁ ପ୍ରତି ମାସରେ 30 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ନିଷ୍ପତ୍ତି ନେବା ସ୍ବାଗତଯୋଗ୍ୟ ପଦକ୍ଷେପ । ଏବେ ରାଜ୍ୟରେ ପଦ୍ମ ସମ୍ମାନରେ ସମ୍ମାନୀତ 55 ଜଣ ବ୍ୟକ୍ତି ଜୀବିତ ଅଛନ୍ତି । ସେମାନଙ୍କ ନିମନ୍ତେ ଏହି ସହାୟତା ରାଶି ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କୁ ବର୍ଷକୁ ଦୁଇକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here