ବର୍ଷା-ଅନୁଭବ ପାରିବାରିକ ବିବାଦର ଶୁଣାଣିବେଳେ ଆଜି କଟକ ଫ୍ୟାମିଲି କୋର୍ଟରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି । ଅନୁଭବ ଓକିଲଙ୍କ କେତେକ ପ୍ରଶ୍ନ ଉପରେ ଆପତ୍ତି ଉଠାଇଥିଲେ ବର୍ଷା । ତାଙ୍କୁ ଏମିତି ପ୍ରଶ୍ନ ପଚରା ଯାଇପାରିବନି ବୋଲି ସେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିବା ଭଳି ପ୍ରଶ୍ନ କରାଯାଇପାରିବନି ବୋଲି କହିଥିଲେ ବର୍ଷା । ଏହାଛଡା ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ଦେଖାଦେଇଥିଲା ବିବାଦ । ତେଣୁ ଆଜି ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇପାରିନି । ଆସନ୍ତାକାଲି ପୁଣି ସାକ୍ଷ୍ୟଗ୍ରହଣ ହେବ । ସ୍ୱାମୀ-ସ୍ତ୍ରୀଙ୍କ ବିବାଦ ନେଇ ଆଜି କୋର୍ଟରେ ଶୁଣାଣି ଥିଲା ।

LEAVE A REPLY

Please enter your comment!
Please enter your name here