ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇ ଦେଲେ ପୁଟିନ୍ । ବଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପୁଟିନ୍ । ସେ କହିଛନ୍ତି ରୁଷିଆକୁ ଧ୍ୱସଂ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ରୁଷିଆକୁ ଧ୍ୱସଂ ପାଇଁ ଉଦ୍ୟମ କରୁଛନ୍ତି । ଦରକାର ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଦୁଇ ନିୟୁତ ଋଷୀୟ ସୈନ୍ୟଙ୍କୁ ଯୁକ୍ରେନ ପଠାଇବା ଆରମ୍ଭ କରିଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ୟୁକ୍ରେନ ବାହାନାରେ ଋଷକୁ ଧ୍ବଂସ କରିବାକୁ ଉଦ୍ୟମ କରୁଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ଋଷ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, ସାତମାସରୁ ଅଧିକ ସମୟ ଧରି ଋଷ – ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଋଷିଆ ସଂପୂର୍ଣ୍ଣ ଭାବେ ୟୁକ୍ରେନ ଦଖଲ କରିବାରେ ବିଫଳ ହୋଇଛି । ଅନ୍ୟପକ୍ଷରେ ୟୁକ୍ରେନ ଓ ପାଶ୍ଚାତ୍ୟ ରାଷ୍ଟ୍ର ସମୁହ ଋଷିଆର ୟୁକ୍ରେନ ଦଖଲକୁ ବେଆଇନ ବୋଲି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here