ଲୁହ ଭିଜା ଆଖି, ଆଉ ଥରି ଥରି କଅଁଳ ଓଠରେ ବର୍ଣ୍ଣନା କରୁଛି ଘଣ୍ଟାକର ସସପେନ୍ସ । ଘଣ୍ଟାଏ କାଳ ସେ କେମିତି ସ୍କୁଲ ଭିତରେ ବନ୍ଦ ହୋଇ ରହିଥିଲା । ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବୁଧବାର ଦିନ ସ୍କୁଲରେ ତାଲା ପକାଇ ପଳାଇ ଯାଇଥିଲେ ସ୍କୁଲ ପିଅନ ଓ ଶିକ୍ଷକ ଶିକ୍ଷୟିତ୍ରୀ । ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ଘଟିଛି ଏହି ଘଟଣା । କାଲି ସ୍କୁଲ ଛୁଟିର ଅଳ୍ପ ସମୟ ପୂର୍ବରୁ ଛାତ୍ରଟି ପାଇଖାନା ଯାଇଥିଲା । ଆଉ ଛାତ୍ରଟି ପାଇଖାନାରେ ଥିବାବେଳେ ସ୍କୁଲ ଛୁଟି ହୋଇଯାଇଥିଲା । କ୍ଲାସରୁମରେ ବ୍ୟାଗ ଥିଲେ ବି ପିଅନ ନଦେଖି ସ୍କୁଲ ତାଲା ପକାଇ ପଳାଇ ଯାଇଥିଲା । ପାଇଖାନାରୁ ଫେରି ପିଲାଟି ଗେଟ୍ ତାଲା ପଡିଥିବା ଦେଖି କାନ୍ଦିଥିଲା । କାନ୍ଦ ଶୁଣି ଗାଁଲୋକେ ଆସି ପିଅନକୁ ଡାକିବା ପରେ ତାଲା ଖୋଲିଥିଲା । \nଏହି ଘଟଣାକୁ ନେଇ ଅଜବ ଯୁକ୍ତି ଦର୍ଶାଇଛନ୍ତି ମହାବୀର ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ । ପ୍ରତିଦିନ ଜଣେ, ଦୁଇ ଜଣ ପିଲାଙ୍କୁ ଏମିତି ତାଲା ପକାଇ ରଖୁ ବୋଲି ସେ ସଫେଇ ଦେଇଛନ୍ତି । ତେବେ ଘଟଣାକୁ ନେଇ ପିଲାଟିର ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ । ପିଲା ଭିତରେ କାନ୍ଦୁଥିବା କଥା ଗୁପଚୁପ ବିକାଳି ଦେଖିଥିଲେ । ଗୁପଚୁପ ବିକାଳି ଠାରୁ ଖବର ପାଇ ଆମେ ସ୍କୁୂଲ ପାଖରେ ପହଁଞ୍ଚିଥିଲୁ । ପିଅନକୁ ପଚାରିବାରୁ ଆମେ କଣ ଠିକା ନେଇଛୁ ବୋଲି ସେ କହିଥିଲେ । ସେପଟେ ଘଟଣାର ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଡିଇଓଙ୍କୁ ବିଭାଗ ନିର୍ଦ୍ଦେଶ ଦେବା ପରେ ସିଆରସିସିଙ୍କ ନେତୃତ୍ୱରେ ମହାବୀର ନୋଡାଲ ସ୍କୁଲ ଯାଇଛି ଟିମ୍ । ସିଆରସିସିଙ୍କ ନେତୃତ୍ୱରେ ଯାଇଥିବା ଟିମ ସ୍କୁଲରେ ପହଁଞ୍ଚି ପଚରାଉଚରା କରିଛନ୍ତି । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବବୋଲି କହିଛନ୍ତି ଡିଇଓ ପ୍ରମୋଦ ଷଡଙ୍ଗୀ ।

LEAVE A REPLY

Please enter your comment!
Please enter your name here