ବିଜେପୁର ବିଧାନସଭା ଆସନ ପାଇଁ ଦଶମ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ନିଜ ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଢେର ଆଗରେ ରହିଥିବା ଜଣାଯାଇଛି।
୧୩ ରାଉଣ୍ଡ ସୁଦ୍ଧା ବିଜେଡି ୯୦,୩୫୩ ଭୋଟରେ ଆଗୁଆ ରହିଛି । ବିଜେପି ୨୪, ୭୮୧ ଭୋଟ ପାଇଥିବାବେଳେ କଂଗ୍ରେସ ୩୭୮୭ ଭୋଟ ହାତେଇଛି ।
ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୫୨, ୧୪୨ ଭୋଟରେ ଆଗରେ ରହିଛି। ବିଜେଡି ୭୧,୨୨୯ ଭୋଟ ପାଇଥିବା ବେଳେ ବିଜେପି ୧୯,୦୮୭ ଓ କଂଗ୍ରେସ ୨,୭୭୩ ଭୋଟ ହାତେଇବାରେ ସକ୍ଷମ ହୋଇପାରିଛନ୍ତି।
୯ମ ରାଉଣ୍ଡରେ ବିଜେଡି ୬୫,୪୯୬ ଭୋଟ ପାଇଥିବା ବେଳେ ବିଜେପି ୧୭, ୭୩୮ ଓ କଂଗ୍ରେସ ୨୫, ୦୬୮ ଭୋଟ ପାଇଥିଲା। ୮ମ ରାଉଣ୍ଡ ସୁଦ୍ଧା ବିଜେଡି ୪୨, ୧୪୮ ଭୋଟ୍‌ରେ ଆଗୁଆ ଥିଲା।
ତେବେ ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳାଫଳ । ଭୋଟ ଗଣତି ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସକାଳ ୮ଟାରୁ ପଦ୍ମପୁର ଆରଏମସି ମାର୍କେଟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏଥିପାଇଁ ୧୪ଟି ଟେବୁଲ ଓ ଗୋଟିଏ ରାଉଣ୍ଡ ଟେବୁଲର ବ୍ୟବସ୍ଥା କରାଯାଇଛି । ସମୁଦାୟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବାବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଙ୍ଗ ସୁପରଭାଇଜର, କାଉଣ୍ଟିଙ୍ଗ ଆସିଷ୍ଟାଣ୍ଡ ଓ ମାଇକ୍ରୋ ଅବଜର୍ଭର ରହିବେ । ସମଗ୍ର ଆରଏମସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବାବେଳେ ଏଥିପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ସ୍ଥାନୀୟ ପୋଲିସର ପ୍ରାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here