ପାର୍ସଲ ସାଜିଲା ମୃତ୍ୟୁ ଦୂତ । ପାର୍ସଲ ଖୋଲୁ ଖୋଲୁ ଗର୍ଜନ କରି ବାହାରିଲା ନାଗସାପ । ଅଳ୍ପକେ ବର୍ତ୍ତିଲେ ପାର୍ସଲ ଖୋଲିଥିବା ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଚ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର ୱାର୍ଡରେ । ପ୍ରମୁଖ ସହରରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେହି ୱାର୍ଡର ମୃତ୍ୟୁ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଏକ କୋରିଅର ଆସିଥିଲା । ଆସିଥିବା କୋରିଅରକୁ ଖୋଲିବାରୁ ଭିତରେ ଏକ ନାଗସାପ ଥିବା ଦେଖି ଭୟବୀତ ହୋଇ ଯାଇଥିଲେ ମୃତ୍ୟୁ କୁମାର । ପରେ ରାଇରଙ୍ଗପୁର ବନବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଫରେଷ୍ଟଗାର୍ଡ ପହଁଞ୍ଚି ସେଠାରୁ ୬ ଫୁଟ ଲମ୍ବର ନାଗସାପଟିକୁ ଉଦ୍ଧାର କରି କୁଚେଇବୁଢି ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି । ସୂଚନା ଅନୁଯାୟୀ ମୃତ୍ୟୁ କୁମାର ପାଣି ପାଇପ ଲାଇନ ସମ୍ବଦ୍ଧୀୟ ଜିନିଷ ବ୍ୟବସାୟ କରନ୍ତି । ତାଙ୍କ ପାଖକୁ କୋରିଅରରୁ କିଛି ସାମଗ୍ରୀ ଆସିଥିଲା । ସେହି କୋରିଅରରେ ନାଗସାପ ବାହାରିବା ଘଟଣା ପଛରେ କି ରହସ୍ୟ ରହିଛି,ନା ଏହା ଏକ ସୁପରିକଳ୍ପିତ ହତ୍ୟା ଷଡଯନ୍ତ୍ର ତାକୁ ନେଇ ଆଲୋଚନା ଯୋର ଧରିଛି । ଏବଂ ଏହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here