ବକେୟା ସବସିଡି ଅର୍ଥ ତୁରନ୍ତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ନିକଟକୁ ଚିଠି ଲେଖିଛନ୍ତି । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ନିକଟରେ ଓଡିଶାର ସବସିଡି ବାବଦକୁ 3654 କୋଟି 41 ଲକ୍ଷ ଟଙ୍କା ବାକି ପଡିଛି । ସବସିଡ ବାବଦ ଟଙ୍କା ମିଳିଲେ ଚାଷୀମାନଙ୍କୁ ସେମାନଙ୍କ ଧାନ କିଣା ବାବଦ ଟଙ୍କା ଠିକଣା ସମୟରେ ଦିଆଯାଇ ପାରିବ ବୋଲି ନବୀନ କହିଛନ୍ତି । ଓଡିଶାରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଚାଷୀମାନଙ୍କ ଠାରୁ ଧାନ କିଣି ଆସୁଛି. ଚଳିତ ବର୍ଷ ଚାଳିଶ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଥିବା ବେଳେ ଚାଷୀଙ୍କ ଆକାଉଣ୍ଟକୁ 6 ହଜାର କୋଟି ଟଙ୍କା ଦିଆଯାଇଛି. କେନ୍ଦ୍ର ଖାଦ୍ୟ ଓ ଯୋଗାଣ ବିଭାଗ ପାଖରେ ଥିବା ସବସିଡ ବାବଦ ଟଙ୍କା ମିଳିଲେ ଚାଷୀଙ୍କୁ ଧାନ କିଣା ବାବଦ ଟଙ୍କା ପ୍ରଦାନ କରିବା ସହଜ ହେବ ବୋଲି ନବୀନ ଲେଖିଛନ୍ତି.