ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ଶେଷ ତଥା ୭୨ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ନୂଆବର୍ଷ ପାଇଁ ନୂଆ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି । କରୋନା ପାଇଁ ସ୍ଥଗିତ ରହିଥିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବନ୍ଦ କଥା ପୁଣି ଥରେ ଦୋହରାଇଛନ୍ତି ମୋଦି । ଏଥର ଯେମିତି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରରୁ ବଞ୍ଚିତ ରହିବେ ସେ ନେଇ ଦେଶବାସୀଙ୍କୁ କହିଛନ୍ତି । ସେହିପରି ଆତ୍ମନିର୍ଭର ଭାରତ କଥା ଉଠାଇଛନ୍ତି ମୋଦି । ଏହାସହିତ ଯୁବବର୍ଗଙ୍କ ମଧ୍ୟରେ ଚିନ୍ତାଧାରାର ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି । ପରିବେଶ ସୁରକ୍ଷା , ପ୍ରାଣୀ ସୁରକ୍ଷା କଥା ମଧ୍ୟ କହିଛନ୍ତି । ଗତକିଛି ବର୍ଷ ହେବ ଦେଶରେ ଚିତା ବାଘ ଏବଂ ବାଘଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ମୋଦି କହିଛନ୍ତି । ଲୋକଙ୍କ ଭାଗିଦାରୀ ଯୋଗୁଁ ଚିତାବାଘ ଏବଂ ବାଘଙ୍କ ବଂଶବୃଦ୍ଧି ସମ୍ଭବ ହୋଇପାରିଛି । ଦେଶରେ ତିଆରି ହେଉଥିବା ଖେଳନାର ଚାହିଦା ବଢିଛି। ମୋତେ ଦେଶବାସୀଙ୍କ ନିକଟରୁ ବହୁ ପତ୍ର ଆସିଛି। ଏଥିରୁ ବହୁ ପତ୍ର ଦେଶର ସାମର୍ଥ୍ୟ, ଦେଶବାସୀଙ୍କ ସାମୂହିକ ଶକ୍ତିକୁ ଭରପୁର ପ୍ରଶଂସା କରାଯାଇଛି। ଦେଶର ଜନତା କର୍ଫ୍ୟୁ ଭଳି ଅଭିନବ ପ୍ରୟାସ ସମ୍ପୂର୍ଣ୍ଣ ବିଶ୍ଵ ପାଇଁ ପ୍ରେରଣାଦାୟୀ ହୋଇଛି। ଯେତେବେଳେ ତାଳି-ଥାଳି ବଜାଇ ଆମର ଦେଶବାସୀ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ, ଏକଜୁଟତା ଦେଖାଇଥିଲେ ତାହାକୁ ଲୋକମାନେ ମନେ ପକାଇଛନ୍ତି।

LEAVE A REPLY

Please enter your comment!
Please enter your name here