ଜଗତସିଂପୁର ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ମେଡିକାଲ୍ରେ ଚିକିତ୍ସା ଚାଲିଛି । ପୋଲିସ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ରୁକୁ ଗିରଫ କରିଛି, ଅନ୍ୟଜଣକୁ ଧରି ପାରି ନାହିଁ । ପୀଡିତାଙ୍କ ସହ ମହିଳା ବନ୍ଧୁକୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଘଟଣାର ଅଧିକ ତନାଘନା ପାଇଁ ୩ଟି ଟିମ୍ ଗଠନ କରିଛି ସଦର ପୋଲିସ ।
ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମେଡିକାଲରେ ପହଞ୍ଚି ପରିବାର ସହିତ ଆଲୋଚନା କରିଛନ୍ତି । ଅତି ଶୀଘ୍ର ଅପରାଧୀକୁ ଧରାଯିବ ବୋଲି କହିଛନ୍ତି । ପୋଲିସର ସ୍ଵତନ୍ତ୍ର ଟିମ ରାତି ଅଧିଆ ବିଭିନ୍ନ ସ୍ଥାନମାନଙ୍କରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି ।












