ପୁଣି ଫେରିଲା ‘କାଳିଆ’ । ରାଜ୍ୟ ସରକାର ଆଜି ‘କାଳିଆ’ ଯୋଜନାରେ 53 ଲକ୍ଷ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ଲେଖାଁଏ ଦେଇଛନ୍ତି । 53 ଲକ୍ଷ ଚାଷୀଙ୍କ ଖାତାକୁ ସରକାର 1272 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ନିର୍ବାଚନ ସମୟରେ ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ଦେଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର କାଳିଆ ଟଙ୍କା ବାଣ୍ଟିଥିବା ଜଣାପଡିବା ପରେ ପୁଣି ଟଙ୍କା ଫେରସ୍ତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସରକାର ପୁଣି ଚାଷୀଙ୍କୁ ‘କାଳିଆ’ ଥୋପ ପକାଇଛନ୍ତି ବୋଲି ବିଜେପି କହିଛି ।