ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ଓଡିଶା ଗାଁ ଗୁଡିକରେ ଆନ୍ଧ୍ର ପ୍ରଦେଶର ଦାଦାଗିରି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ କୋଟିଆ ଓ ସୀମା ସଲଗ୍ନ ଗାଁ ଗୁଡିକର ସ୍ଥିତି ପରକ୍ଷିଛନ୍ତି । କୋଟିଆ ପଞ୍ଚାୟତର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ କରୁଥିବାବେଳେ ଆଜି ଆନ୍ଧ୍ରପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା ।
ବିଜେପି ଟିମ୍‌ର ସାମ୍ନାସାମ୍ନି ହେବାପରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀମାନେ ଗାଁ ଛାଡି ପଳେଇଥିଲେ । ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପାଇଁ ଆନ୍ଧ୍ରପ୍ରଦେଶ ସରକାର ସୀମାନ୍ତ ଓଡିଆ ଗାଁ ଗୁଡିକୁ କବଜା କରୁଥିବା ଉଦ୍ୟମ କରୁଛନ୍ତି । ତେବେ ଆନ୍ଧ୍ରଦ୍ୱାରା ହେଉଥିବା ପଞ୍ଚାୟତ ଭୋଟରେ ଭାଗ ନନେବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗ୍ରାମବାସୀମାନଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here