ଇନଷ୍ଟାଗ୍ରାମରେ ଖୁବ୍ ଲୋକପ୍ରିୟ 2015 ଆଇଏଏସ ଟପ୍ପର ଟିନା ଡାବି ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜର ଭାବି ସ୍ବାମୀଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଖୁବଶୀଘ୍ର ସେ ବିବାହ କରିବାକୁ ଯାଉଥିବା ବେଳେ ଏବେ ନିକଟରେ ତାଙ୍କର ନିର୍ବନ୍ଧ ସମ୍ପୂର୍ଣ୍ଣ ହୋଇଛି ।
2015 ରେ ଟିନା ଆଇଏଏସ ଟପ୍ପର ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ଦଳିତ ଝିଅ, ଯିଏ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ଉଦ୍ୟମରେ କୃତକାର୍ଯ୍ୟ ହେବା ସହ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ । ସେହିବର୍ଷ ଆଇଏଏସ ପରୀକ୍ଷାରେ ଦ୍ବିତୀୟ ସ୍ଥାନରେ ଥିବା ଅଥାର ଖାନ୍ ଙ୍କ ସହ ତାଙ୍କର ପ୍ରେମ, ରୋମାନ୍ସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । 2018ରେ ଟିନା ଓ ଅଥାର ଖାନଙ୍କ ବିବାହ ହୋଇଥିଲା ଏବଂ ସେମାନଙ୍କ ବିବାହତ୍ସୋବରେ ବହୁ ବରିଷ୍ଠ ରାଜନେତା ଯୋଗଦେଇଥିଲେ । ଏପରିକି ଟିନା ଓ ଅଥାର ଖାନଙ୍କ ପ୍ରେମ ବିବାହକୁ ନେଇ ସିନେମା ପ୍ରସ୍ତୁତ ହୋଇଥିଲା । ମାତ୍ର ଅଥାର ଖାନଙ୍କ ସହ ଟିନାଙ୍କ ବିବାହ ସଫଳ ହୋଇପାରି ନ ଥିଲା । ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ପରସ୍ପରକୁ ଛାଡପତ୍ର ଦେଇଥିଲେ । ଏବେ ଟିନାଙ୍କ ବିବାହ 2013 ବ୍ୟାଚ୍ ଆଇଏଏସ ପ୍ରଦୀପ ଗଓ୍ବାଣ୍ଡେଙ୍କ ସହ ହେବାକୁ ଯାଉଛି । ଆସନ୍ତା ଅପ୍ରେଲରେ ରାଜସ୍ଥାନରେ ତାଙ୍କର ବାହାଘର ହେବ । ଇନଷ୍ଟାଗ୍ରାମରେ ଟିନା ଖୁବ୍ ଲୋକପ୍ରିୟ ଏବଂ ତାଙ୍କର 1.4 ନିୟୁତ ଫଲୋଅର୍ସ ଅଛନ୍ତି ।

LEAVE A REPLY

Please enter your comment!
Please enter your name here