ଗତ ଆଠଦିନ ଭିତରେ ସାତଥର ବଢିଲାଣି ତୈଳଦର । ଆଜି ସପ୍ତମ ଥର ପାଇଁ ତୈଳଦର ବୃଦ୍ଧି ଯୋଗୁ ଓଡିଶାରେ ପେଟ୍ରୋଲ ଲିଟର ପିଚ୍ଛା 107 ଟଙ୍କା ଡେଇଁଛି । ଆଜି ପେଟ୍ରୋଲ ଲିଟର ପିଚ୍ଛା 76 ପଇସା ଓ ଡିଜେଲ ଦର 67 ପଇସା ଲେଖାଁଏ ବୃଦ୍ଧି ପାଇଛି । ଲଗାତର ତୈଳ ଦର ବୃଦ୍ଧି ଯୋଗୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଚ୍ଛା 100 ଟଙ୍କା 21 ପଇସା ହୋଇଥିବା ବେଳେ ମୁମ୍ବାଇରେ 115 ଟଙ୍କାକୁ ଛୁଇଁଛି । କୋଲକାତାରେ 109 ଟଙ୍କା, ଚେନ୍ନାଇରେ 105 ଟଙ୍କା ଏବଂ ଭୁବନେଶ୍ବରରେ 107 ଟଙ୍କା ରହିଛି । ସେହିପରି ଭୁବନେଶ୍ବରରେ ଡିଜେଲ ଦର 96 ଟଙ୍କା 83 ପଇସା ରହିଛି । 137 ଦିନ ତୈଳଦର ସ୍ଥିର ରହିଥିଲା । ମାତ୍ର ଗତ ମାର୍ଚ୍ଚ 22 ତାରିଖରୁ ମୂଲ୍ୟବୃଦ୍ଧି ଲୋକଙ୍କୁ ଅସହ୍ୟ ହେଲାଣି । ଲଗାତର ତୈଳଦର ବୃଦ୍ଧି ଯୋଗୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଖାଉଟୀଙ୍କ ପାଇଁ ଚିନ୍ତା ବଢାଇଲାଣି ।

LEAVE A REPLY

Please enter your comment!
Please enter your name here