ପୋଲିସର ଏନକାଉଣ୍ଟର ପରେ ବି ହିଂସାତ୍ମକ କାଣ୍ଡ ଜାରି ରଖିଛି ମାଓବାଦୀ ସଙ୍ଗଠନ । ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ବର୍ବରତା ଦଖିବାକୁ ମିଳିଛି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଜଣକ ବଡକ ଗାଁର କଲମ ଗୁରୁଆ ବୋଲି ଜଣାପଡ଼ିଛି। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଗୁରୁବାର ସକାଳୁ ପ୍ରାୟ ୧୫ରୁ ୨୦ ଜଣ ମାଓବାଦୀ ସଶସ୍ତ୍ର କଲମ ଗୁରୁଆଙ୍କ ଘରେ ପଶି ତାଙ୍କୁ ଡାକି ନେଇଥିଲେ । ପରେ ଗାଁ ପାଖ ଜଙ୍ଗଲକୁ ନେଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଅଘଟଣ ପରେ ଛତିଶଗଡ ପୋଲିସ କମ୍ବିଂ ଅପରେସନ ଜୋରଦାର କରିଛି ।
ସୁଚନାଅନୁସାରେ, ସୋମବାର ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ନିକଟସ୍ଥ ସନ୍ନ୍ୟାସୀଗୁଡା ଜଙ୍ଗଲରେ ଏସଓଜି ଓ ଡିଭିଏଫ୍ ଯବାନଙ୍କ ମିଳିତ ଅପରେସନରେ ୫ କ୍ୟାଡର ନକ୍ସଲ ନିପାତ ହୋଇଥିଲେ । ଏହାସହ ସନ୍ନ୍ୟାସୀଗୁଡା ଜଙ୍ଗଲରେ ଥିବା ନକ୍ସଲ କ୍ୟାମ୍ପକୁ ବି ଧ୍ୱଂସ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here