ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇଦିନିଆ ଓଡିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ରାଷ୍ଟ୍ରପତି ଆଜି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ । ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବାୟୁସେନାର ଏକ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ମଧ୍ୟ ପୁରୀ ଗସ୍ତରେ ଯାଇଛନ୍ତି । ଆଜି ଅପରାହ୍ନରେ ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । 45 ମିନିଟ ପାଇଁ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବେ । ଏବଂ ଆସନ୍ତାକାଲି ଗୌଡିୟ ମଠ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡିଶା ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ପୁରୀ ରାଜଭବନରେ ଅବସ୍ଥାନ କରିବେ । ଏହି ପରିପ୍ରେକ୍ଷିରେ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଏହା ହେଉଛି ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ତୃତୀୟ ପୁରୀ ଗସ୍ତ ।

ରାଷ୍ଟ୍ରପତିଙ୍କ ପୁରୀ ରହଣୀ ପାଇଁ ସହରରେ 40 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସହରର ପ୍ରତ୍ୟେକ ଗଳିରେ ପୋଲିସ ମୁତୟନ କରାଯାଇଛି । ଚକ୍ରତୀର୍ଥ ରୋଡରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ରାଷ୍ଟ୍ରପତିଙ୍କ କାରକେଡ ଯିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here