ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସି ବିଶ୍ୱକପ ୨୦୧୯ରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମଞ୍ଚେଷ୍ଟର ସ୍ଥିତ ଓଲ୍ଟ ଟ୍ରାଫେଡ ଷ୍ଟାଡିଅମରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ଟିମର ଉଭୟ ଦେଶର ଦର୍ଶକ ମାନେ ଅଧିକ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳା ଯାଇଥିବା ବିଶ୍ୱକପରେ ଟିମ ଇଣ୍ଡିଆ ନିଜକୁ ଶକ୍ତଶାଳି ଟିମ ବୋଲି ପରିଚୟ ଦେଇଛି । ଇଣ୍ଡିଆ ଟିମ ୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବା ବେଳେ ଇଲଣ୍ଡ ଠାରୁ ପରାସ୍ତ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ତେବେ ଟିମ ଇଣ୍ଡିଆକୁ ସାହାସ ଓ ଅନୁକୂଳ ପାଗର ଆବଶ୍ୟକ ରହିଛି । ବିଶ୍ୱକପ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ଚାଲିଥିବା ମ୍ୟାଚରେ ଭାରତ ମେ ‘ ମାସ ୨୫ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଏବଂ ହଠାତ୍ ବର୍ଷା ହେବାରୁ ଉଭୟ ଟିମ ମଧ୍ୟରେ ଖେଳିବାକୁ ଥିବା ମ୍ୟାଚ ବାତିଲ କରାଯାଇଥିଲା । ଆଜି ଏହି ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ କ୍ରିକେଟ ଖେଳାଯିବ ।

LEAVE A REPLY

Please enter your comment!
Please enter your name here