ସକାଳୁ ସକାଳୁ ପୁରୀ ଆକାଶରେ ଖେଳିଯାଇଛି କଳା ଧୂଆଁ । ହୁତୁହୁତୁ ହୋଇ ଜଳୁଛି ମାର୍କେଟ କମ୍ପଲେକ୍ସ । ଏ ପର୍ଯ୍ୟନ୍ତ ଆୟତ୍ତକୁ ଆସିପାରିନାହିଁ ନିଆଁ ଲିଭା କାର୍ଯର୍୍ୟ । ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିଛି । ପୁରୀ ମିରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ଗତକାଲି ରାତିଠୁ ଅଗ୍ନିକାଣ୍ଡ ଘଟିଛି । ଦ୍ୱିତୀୟ ମହଲାରେ ବ୍ୟାଙ୍କ, ଲୁଗା ଦୋକାନ ହୁତୁହୁତୁ ହୋଇ ଜଳୁଛି । କାଲି ରାତି ୮ଟାରୁ ନିଆଁ ଲାଗିଥିଲେ ବି ନିୟନ୍ତ୍ରଣକୁ ଆସୁନି । ନିଆଁ ଲାଗିଥିବା ଦୋକାନର ସଟର ବନ୍ଦ ଥିବାରୁ ଲିଭାଇବାରେ ସମସ୍ୟା ଉପୁଜିଛି । ରାତି ତମାମ ଅଗ୍ନିଶମ କର୍ମଚାରୀ କାର୍ଯ୍ୟରେ ଲାଗି ରହିଛନ୍ତି । ଅଗ୍ନିକାଣ୍ଡ ସ୍ଥଳରେ ଓଡ୍ରାଫ ଟିମ୍ ପହଁଞ୍ଚିଥିଲେ ବି ନିଆଁ ଆୟତ୍ତ ହୋଇନି ।

LEAVE A REPLY

Please enter your comment!
Please enter your name here