ରାୟପୁର ଗୁମର ଖୋଲିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଗୋବିନ୍ଦ, ମମିତା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ ଡିଟେଲ ଯାଞ୍ଚ ଦାବି କରିଛନ୍ତି ସାଲୁଜା । ୨୦ ସେପ୍ଟେମ୍ବରରେ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇଥିଲେ । ଆଉ ସେଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବସି ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ତାଙ୍କ କୁଲ ହୋମ ଆପାର୍ଟମେଣ୍ଟ ରେ ଏହି ବୁଝାମଣା କରିବାକୁ ଚେଷ୍ଟା କରାଯାଇଥିଲା । ଆଉ ସେଠୁ ସେ ୨୩ ସେପ୍ଟେମ୍ବରରେ ଫେରି କଣ୍ଟାବାଞ୍ଜି ଯାଇଥିଲେ । ଣ୍ଟା ବୁଝାମଣା ନହୋଇପାରିବାରୁ ୭ ତାରିଖରେ ପୁଣି ମମିତାଙ୍କୁ ଗୋବିନ୍ଦ ଡକାଇଥିଲେ । ଏବଂ ୮ ତାରିଖରେ ଅତି ନିର୍ମମ ଭାବେ ମାରିଦେଇଥିଲେ । ତେବେ କଲ ଡିଟେଲ ଯାଞ୍ଚ କଲେ ଏଇ ତିନି ଜଣ ଗୋଯିଏ ସ୍ଥାନରେ ଥିଲେ କି ନାହିଁ ଜଣାପଡିବ । ମାତ୍ର ପୋଲିସ ଏ ଦିଗକୁ ଖୁଲାସା କରିନି । କଲ୍ ରେଜିଷ୍ଟର ସାମ୍ନାକୁ ଅଣାଯାଉ । ପେନ୍ ଡ୍ରାଇଭ ଓ ଲାପଟପ୍ ମିଳିଥିଲେ ବି ତାର ଖୁଲାସା ପୋଲିସ କରୁନାହିଁ । ଏହି ପେନ୍ ଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ରହିଛି । ତେଣୁ ପୋଲିସ ଏହାକୁ ଲୁଚାଉଛି ବୋଲି ସାଲୁଜା କହିଛନ୍ତି ।

LEAVE A REPLY

Please enter your comment!
Please enter your name here